THE RIVULET- 15

THE RIVULET-15

Rewinding recollections sprinkle over
Chalky outline of  coloured spring
While decorating the bed on grassy-lawn
I wait for that silent night
To make you speechless, to behold
love unfolding  in your filigree smile,
drooping eyes and dimple cheeks
I wait to web dreams of a dreamer ,
Of love and lover
Of boundless life, love and fulfilment
Or life of a zero compromise
Endless dreams of togetherness
Blooms flowers at own cremation .
The red rose speaks
Quivers its red red lips and with it
Quivers the whole of me and my surrounding

But you were not with me
Somewhere else in a different world
Where probably I was not with

ସ୍ରୋତସ୍ୱିନୀ-15

ସ୍ମୃତି ସବୁ ମେଘ ହୋଇ ବର୍ଷିଯାନ୍ତି
ବସନ୍ତର ସବୁତକ ରଙ୍ଗ ଦେହରେ ନେସି ହେଇଯାଏ
ଘାସର ଗାଲିଚାରେ ମୁଁ ଶେଜ ସଜାଏ
ଅପେକ୍ଷା କରେ ଏକ ନିସ୍ତବ୍ଦ ରାତିକୁ
ତମକୁ ନିଃଶବ୍ଦ କରିଦେବାକୁ, ନିଜକୁ ହଜେଇ ଦେବାକୁ
ତମ ତାରକଷି ହସରେ, ମୁଦି ହେଉଯାଉଥିବା ଲାଜ ଲାଜ ଆଖି ର ଗଭୀରତାରେ, ଗାଲରେ ଭଉଁରୀ ମାରୁଥିବା ସମୁଦ୍ରର ଉତାଳ ତରଙ୍ଗରେ
ମୁଁ ଅପେକ୍ଷା କରେ ଆଉ ଏକ ଜହ୍ନକୁ
ସ୍ବପ୍ନ ବୁଣିବାକୁ  ପ୍ରେମ ଆଉ ପୂର୍ଣ୍ଣତାର, ବନ୍ଧନହୀନ ବନ୍ଧନର
ସାଲିସହୀନ ଜୀବନ, ଆଉ ଅସରନ୍ତି ସ୍ୱପ୍ନ ଆଉ ପ୍ରତୟର
ଦେହରେ ବୟସର ରଙ୍ଗ ଲାଗେ
ମନର ମଶାଣିରେ ଫୁଲ ଫୁଟେ 
ଲାଲ ଗୋଲାପ  ତାର ନାଲି  ନାଲି ଓଠରେ
କେତେ କଣ କହିଯାଏ

ହେଲେ ତମେ ଥାଅ ଆଉ କେଉଁ ପୃଥିବୀରେ 
ଯେଉଁଠି ବୋଧେ ମୁଁ ନଥାଏ

ସ୍ମୃତି ରଞ୍ଜନ ମହାନ୍ତି©2019

Comments

Popular posts from this blog

A LOOK AT LIFE-165

A LOOK-7