THE JOURNEY-4

THE JOURNEY-4

With the sun, shower and winter overhead
I walk along the thorny and lonely path
Carrying  a heavy load on my back
Life probably means nothing
but load and walk, pain and gain
And I am born to ensure it again and again
The pathway lengthens, weight inflates
In lateral inversion falling and rising,
Leaning , jerking and arousing
I run and run breathlessly ;
Dreams drift away
Unbearable aches repay
Tear filled eyes ,physic and mind,
Tired body seeks to rewind
A handful of shade
And eyes get closed when cool breeze beheads.
Forgetting all and everything I dream again
How beautiful life is shaken !

Endless is the journey  so does distasteful dullness ;
The road never ends
Never ends the walk
In the midst of pain, I dream again
Handful of earth and sky
I feel as if I am a big nothing
In quest of life, its definition
Within the ambit of pain and pleasure
Dreaming and enduring 

©® SmrutiRanjan Mohanty

ଯାତ୍ରା-4

କି ଖରା କି ବର୍ଷା କି ଶୀତ
ମୁଁ ବାଟ ଚାଲେ ପିଠିରେ ବୋଝ ବୋହି
ଏକା ଏକା ନିଛାଟିଆ ରାସ୍ତାରେ 
ବାଟ ଚାଲିବା ଆଉ ବୋଝ ବୋହିବା ପାଇଁତ ମୋ ଜନ୍ମ 
ରାସ୍ତା ଲମ୍ବି ଲମ୍ବି ଯାଏ, ତା ସହ ବୋଝର ଭାର
ଚାଲୁ ଚାଲୁ ଝୁଣ୍ଟି ପଡେ, ପୁଣି ଉଠେ,ଦଉଡେ ଅଣନିଶ୍ଵାସୀ  ହୋଈ, ହେଲେ ପଦ୍ମ  ଘୁଞ୍ଚି ଘୁଞ୍ଚି ଯାଏ
ଭାରି କଷ୍ଟ  ଲାଗେ, ଲହୁ  ଲୁହାଣ  ହୁଏ ଦେହ ଆଉ ମନ
ଗଛ ଛାଇରେ ଥକାମାରି ବସିଯାଏ
ମନ ଚାହେଁ କିଏ ଟିକେ ଆଉଁସି  ଦିଅନ୍ତା
ଥଣ୍ଡା ପବନରେ  ଆଖି ମୁଦି ହୋଇଯାଏ 
ମୁଁ ସବୁ କିଛି ଭୁଲିଯାଏ, ପୁଣି ସ୍ୱପ୍ନ ଦେଖେ
ଲାଗେ ସତରେ  ଜୀବନଟା କେତେ ସୁନ୍ଦର

ରାସ୍ତା ସରେ ନାହିଁ, ବ୍ୟଥା ସରେ ନାହିଁ
ମୁଁ ପୁଣି ଯନ୍ତଣା  ଭିତରେ ସ୍ବପ୍ନ ଦେଖେ
ମୁଠାଏ ପୃଥିବୀ ଆଉ ଆଞ୍ଜୁଳାଏ ଆକାଶର
ମତେ ଲାଗେ ମୁଁ କିଛି ନୁହେଁ, କେବଳ ସ୍ବପ୍ନ ଆଉ ଯନ୍ତ୍ରଣାର ସରହଦ ଭିତରେ ଜୀବନର ସଂଜ୍ଞା  ଖୋଜୁଥିବା ଏକ ଭାରବାହି ପଶୁ

ସ୍ମୃତି ରଞ୍ଜନ ମହାନ୍ତି©2019

Comments

Popular posts from this blog

A LOOK AT LIFE-165

A LOOK-7